June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଶହେ ଛାତ୍ରଛାତ୍ରୀଙ୍କ ଉପରେ ଭିସୁଟର କାର୍ଯ୍ୟାନୁଷ୍ଠାନ, ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣିବେ ତଣ୍ତ…

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭିସୁଟ କର୍ତ୍ତୃପକ୍ଷ । ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କମ୍ ଉପସ୍ଥିତି ସହ ବିଶୃଙ୍ଖଳିତ ଆଚରଣକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ଭିନ୍ନ ଭିନ୍ନ ପ୍ରକାରର ବିଶୃଙ୍ଗଳା ପାଇଁ ଅଲଗା ଅଲଗା ଦଣ୍ଡ ବିଧାନ ସହ ଆର୍ଥିକ ଦଣ୍ଡ ବା ଫାଇନ ମଧ୍ୟ କରା ଯାଇଛି । ବିଶେଷ କରି ଗ୍ରେଡ ହ୍ରାସ ଓ ୧ ହଜାରରୁ ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇଛି । ଫାଇନ ଟଙ୍କା ମେ’ ମାସ ୯ ତାରିଖ ସୁଦ୍ଧା ନ ଦେଲେ ଦିନକୁ ୧୦୦ ଟଙ୍କା ହିସାବରେ ଅତିରିକ୍ତ ଟଙ୍କା ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେହିପରି ସେହି ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟର କ୍ରୀଡା, ପୁରସ୍କାର ଓ ପ୍ରତିନିଧିତ୍ଵ ମୂଳକ କାର୍ଯ୍ୟକଳାପରେ ଭାଗୀଦାର ହୋଇ ପାରିବେ ନାହିଁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.