ଷ୍ଟାର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଦଶମରେ ଫେଲ୍ ! ସତ ନା ମିଛ ଜାଣନ୍ତୁ ପୂରା ଅପଡେଟ୍..

ବିଜୟ ପଥ : ବାହାରି ସାରିଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆଉ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି ଆଇପିଏଲ୍ ୨୦୨୫ର ସବୁଠୁ ଚର୍ଚ୍ଚିତ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ବୈଭବଙ୍କ ମାଟ୍ରିକ ଫଳାଫଳ ନେଇ ଏବେ ଟ୍ରୋଲର ତାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । କୁହାଯାଉଛି, ବୈଭବ ୧୦ମ ଶ୍ରେଣୀ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ଆପଣ ଏହାକୁ ବିଶ୍ବାସ କରୁଛନ୍ତି କି? ଏହା କ’ଣ ସତ? ଆସନ୍ତୁ, ଫ୍ୟାକ୍ଟ ଚେକ୍ କରିବା। ବୈଭବ ସୂର୍ଯ୍ୟବଂଶୀ ଫେଲ୍ ହୋଇ ନାହାନ୍ତି। କାରଣ ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ନାହାନ୍ତି! ପ୍ରକୃତରେ ସେ ଏବେ ନବମ ଶ୍ରେଣୀରେ ପଢୁଛନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ପୁରାପୁରି ଫେକ୍ ଓ ଟ୍ରୋଲ୍ ।