June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

UPI ସେବା ଠପ୍, ହଇରାଣ ୟୁଜର୍ସ

କାମ କରୁନି UPI (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍) । ପେମେଣ୍ଟ ସିଷ୍ଟମରେ ପୁଣି ଥରେ ଉପୁଜିଥିଲା ବାଧା । ଗୋଟିଏ ମାସରେ ଅଟକିଲାଣି ଦୁଇ ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ଠପ୍ ହୋଇଯାଇଥିଲା ୟୁପିଆଇ ସେବା । ମଧ୍ୟାହ୍ନ ୧୨ଟା ପରେ ଆରମ୍ଭ ହୋଇଥିବା ଏହି ସମସ୍ୟା ଯୋଗୁଁ ପେଟିଏମ୍, ଫୋନପେ, ଗୁଗଲ ପେ ଏବଂ ଅନ୍ୟାନ୍ୟ UPI ଆପରେ ପେମେଣ୍ଟ ଫେଲ ହୋଇଥିଲା । ଏନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରାଇଥିଲେ ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏହି ସମସ୍ୟାକୁ “ଅସ୍ଥାୟୀ ଟେକ୍ନିକାଲ ଇସୁ” ବୋଲି ସ୍ୱୀକାର କରିଛନ୍ତି । କର୍ପୋରେସନ ସୂଚନା ଅନୁଯାୟୀ, ସେମାନେ ଏହାକୁ ସମାଧାନ କରିବା ପାଇଁ କାମ କରୁଛନ୍ତି । କିଛି ସମୟ ପରେ ସେବା ପୁନଃ ସକ୍ରିୟ କରାଯାଇଛି । ଏହାସହ ଏପରି ସମସ୍ୟା ପୁଣି ଥରେ ନଘଟିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ମାତ୍ର ଏହି ବାଧା ଯୋଗୁଁ ଅନେକ ଗ୍ରାହକ ଦୈନନ୍ଦିନ କାରବାରରେ, ଯେପରିକି ଦୋକାନରେ ପେମେଣ୍ଟ କିମ୍ବା ଅଟୋ ଭଡା ଦେବା ଆଦିରେ, ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୋସିଆଲ ମିଡିଆରେ, ବିଶେଷକରି ଏକ୍ସରେ, #UPIDown ଟ୍ରେଣ୍ଡ କରିଥିଲା, ଯେଉଁଠାରେ ଲୋକେ ନିଜର ଅଭିଯୋଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ମାର୍ଚ୍ଚ ୨୬ ଏବଂ ଏପ୍ରିଲ ୨ରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଥିଲା । ଯାହା ଫଳରେ UPIର ନିର୍ଭରଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଏହା ନେଟୱାର୍କ ଓଭରଲୋଡ, ହାର୍ଡୱେର ତ୍ରୁଟି କିମ୍ବା ବ୍ୟାଙ୍କ ସିଷ୍ଟମ ସହ ସଂଯୋଗ ସମସ୍ୟା ହେତୁ ହୋଇପାରେ। ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି ଯେ ଏପରି ପରିସ୍ଥିତିରେ ଡେବିଟ/କ୍ରେଡିଟ କାର୍ଡ କିମ୍ବା ନଗଦ ଟଙ୍କା ବ୍ୟବହାର କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ଯାହା ଫଳରେ ଆପଣ ଆସ୍ଥାୟୀ ସମସ୍ୟାରୁ ମୁକୁଳି ପାରିବେ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.