June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆଜି ମହାପ୍ରଭୁଙ୍କ ବାହାଘର, ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ ବନ୍ଦ..

ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ। ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର। ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯାଉଛି। ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ବିମଳା ମନ୍ଦିର ନିକଟକୁ ମଦନମୋହନ ଆସିବା ପୂର୍ବରୁ ସେଠାରେ ପହଞ୍ଚିବେ ମା’ ଲକ୍ଷ୍ନୀ। ଏହାପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି କରାଯିବ । ତେବେ ସନ୍ଧ୍ୟା ଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବିଶ୍ୱ ନିୟନ୍ତାଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ସେପଟେ ଶ୍ରୀମନ୍ଦିରର ଚାରିଦ୍ୱାରରେ ତେଲିଙ୍ଗି ବାଜା ଓ ତୁରୀ ବାଜିବା ସହ ଧୁମଧାମରେ ଶ୍ରୀମନ୍ଦିରରେ ଏହି ବିବାହ ଉତ୍ସବ ପାଳନ କରାଯାଉଛି । ନୀତି ପାଇଁ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.