June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆଶ୍ବସ୍ତି ଆଣିବ କାଳବୈଶାଖୀ, ଖରାରୁ ମିଳିପାରେ ମୁକ୍ତିି

ଭୁବନେଶ୍ବର: ଖରାରୁୁ ମିଳିବ ଆଶ୍ବସ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାକ କେନ୍ଦ୍ର । ଏହାସହ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା , କୋରାପୁଟ ,ମାଲକାନଗିରି ,ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି ବୋଲି ସୂଚନା ଦେଇଚି ଆଂଚଳିକ ପାଣିପାଗ କେନ୍ଦ୍ର l ଦାକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥନରେ ପ୍ରାୟ ଦୁଇ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇଛି l

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.