June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଶହ ପାର୍…

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ ମାମଲା । ଗୁରୁବାର ସୁଦ୍ଧା, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟକୁ କୋଭିଡ୍ ବ୍ୟାପି ଚାଲିଛି। ଏ ସମ୍ପର୍କରେ, ରାଜ୍ୟ ସରକାର ଗୁଡ଼ିକ ହସ୍ପିଟାଲ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସର୍ବାଧିକ ସକ୍ରିୟ ମାମଲା କେରଳରେ ରହିଛି। ଏହା ପରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସାମିଲ। ଅନେକ ରାଜ୍ୟରେ ସକ୍ରିୟ ମାମଲା ବୃଦ୍ଧି ପାଇଛି। ଏହା ବ୍ୟତୀତ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କିଛି ସ୍ଥାନରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତଥାପି, ଅନେକ ରାଜ୍ୟରେ କୌଣସି ନୂତନ ମାମଲା କିମ୍ବା ମୃତ୍ୟୁ ରିପୋର୍ଟ ନଥିବା ବେଳେ ପଶ୍ଚିମବଙ୍ଗରେ କୋଭିଡ୍ ର ୫ଟି ନୂତନ ମାମଲା ଆସିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.