‘ଜାଟ୍’ ଫିଲ୍ମ ଖ୍ରୀଷ୍ଟିଆନ ଧର୍ମୀୟ ଭାବନାକୁ ଆଘାତ କରୁଥିବା ଅଭିଯୋଗ, ସନ୍ନିଙ୍କ ନାଁରେ ମାମଲା

ବିଜୟ ପଥ: ବିବାଦରେ ସନ୍ନି ଦେଓଲଙ୍କ ଫିଲ୍ମ ଜାଟ୍’ । ମେ ୧୦ ତାରିଖରେ ମୁକ୍ତିଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର ‘ଜାଟ୍’ ଏବେ ବିବାଦର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଯିଶୁ ଖ୍ରୀଷ୍ଟଙ୍କ ଅସମ୍ମାନ ହୋଇଥିବା ଅଭିଯୋଗରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଅସନ୍ତୋଷ ଆସିଛି। ଏହି ଅଭିଯୋଗ ଉପରେ ଭିତି କରି ସନ୍ନି ଦେଓଲ, ରଣଦୀପ୍ ହୁଡା, ବିନୀତ କୁମାର ସିଂ ସହ ନିର୍ଦ୍ଦେଶକ ଗୋପୀଚାନ୍ଦ ମାଲିନେନି ଓ ପ୍ରଯୋଜକଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୨୯୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଖ୍ରୀଷ୍ଟିଆନ ଧର୍ମୀୟ ଭାବନାକୁ ଉତ୍ତେଜିତ କରିବା ଲକ୍ଷ୍ୟରେ ଜାଣିଶୁଣି ଏହି ଦୃଶ୍ୟ ଚଳଚ୍ଚିତ୍ରରେ ସ୍ଥାନିତ କରାଯାଇଥିବା ନେଇ ରୋଷ ପ୍ରକାଶ ପାଇଛି । ଚଳଚ୍ଚିତ୍ରର ଏହି ବିବାଦ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି କରିଛି ଏବଂ ଚଳଚ୍ଚିତ୍ରକୁ ନିଷିଦ୍ଧ କରିବା ପାଇଁ ଦାବି ହେଉଛି। ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ସହ ରଣଦୀପ୍ ହୁଡା, ବିନୀତ କୁମାର ସିଂ, ସୈୟାମି ଖେର୍, ରେଜିନା କେସେଣ୍ଡ୍ରା, ପ୍ରଶାନ୍ତ ବଜାଜ ଓ ଜରିନା ଓ୍ବାହାବ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।