ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କାହା ଖାତାକୁ ଯିବ ଟଙ୍କା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଅପଡେଟ୍। ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା। ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର। ଏକାଥରେ ଦୁଇଟି କିସ୍ତି ବାବଦକୁ ୧୦ ହଜାର ପାଇବେ ୧ ଲକ୍ଷ ୭୦ ହାଜର ମହିଳା। ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର। ସୂଚନା ଅନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ଏପ୍ରିଲ ୨୪ରେ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି। ଯେଉଁମାନେ ଯୋଗ୍ୟ, ସେମାନେ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
ତେବେ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଯାହା ରିପୋର୍ଟ ଆସିଥିଲା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଥିଲା । ଜିଲ୍ଲାୱାରୀ ସବୁ ଆବେଦନର ସର୍ଭେ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।