ଅନ୍ତରୀକ୍ଷ ଯାତ୍ରାରେ ଶୁଭାଂଶୁ ଶୁକ୍ଲା, ଯାତ୍ରା ମଝିରୁ ଭାରତୀୟଙ୍କୁ ଦେଲେ ବାର୍ତ୍ତା..

ମହାକାଶ ଅଭିମୁଖେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ମହାକାଶ ଯାଇଛନ୍ତି ଶୁଭାଂଶୁ । ଏହି ଯାତ୍ରା ସହ ୪୧ ବର୍ଷ ପରେ ୨ୟ ଭାରତୀୟ ଭାବେ ସେ ମହାକାଶକୁ ଯାଇଛନ୍ତି । ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି । ୬ ଥର ଘୁଞ୍ଚିବା ପରେ ମହାକାଶକୁ ଗଲେ ଶୁଭାଂଶୁ ଶୁକ୍ଲା । ଲଞ୍ଚ ହେଲା ଆକ୍ସିଅମ୍ -୪ ମିଶନ। ନିର୍ଦ୍ଧାରିତ ସମୟ ୧୨.୧ରେ ଲଞ୍ଚ ହେଲା ଆକ୍ସିଅମ୍ -୪ । ଆମେରିକାର ଫ୍ଲୋରିଡ଼ାସ୍ଥିତ ନାସାର କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ । ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯାଇଛି । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ ରଖାଯାଇଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର-ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନରେ ଯାଇଛନ୍ତି ସମସ୍ତ ମହାକାଶଚାରୀ ।