June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପ୍ରକାଶିତ ହେଲା ଏକାଡେମିକ୍‌ କ୍ୟାଲେଣ୍ଡର, ମେ ୬ରୁ ଜୁନ୍ ୧୯ ଯାଏଁ ସ୍କୁଲ ଛୁଟି…

ପ୍ରକାଶ ପାଇଲା ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍‌ କ୍ୟାଲେଣ୍ଡର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରକାଶିତ ହୋଇଛି । ଏଥିରେ କାର୍ଯ୍ୟ ଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି । ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍‌ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ । ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍‌ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି ।

ଏପ୍ରିଲ ମାସରେ ୨୨ଟି କାର୍ଯ୍ୟ ଦିବସ ରହିଥିବା ବେଳେ ମେ’ରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ଟି ଲେଖାଏ କାର୍ଯ୍ୟ ଦିବସ ରହିଛି । ସେହିପରି ସେପ୍ଟେମ୍ୱରରେ ୨୩, ଅକ୍ଟୋବରରେ ୨୦, ନଭେମ୍ୱରରେ ୨୧, ଡିସେମ୍ୱରରେ ୧୮, ଜାନୁଆରୀରେ ୨୩, ଫେବ୍ରୁଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.