June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ହାଇ ଆଲର୍ଟରେ ଭୁବନେଶ୍ୱର ଷ୍ଟେସନ, RPF ପକ୍ଷରୁ ଆରମ୍ଭ ହୋଇଛି ଫ୍ଳାଗ୍ ମାର୍ଚ..

ଭୁବନେଶ୍ୱର: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି । ଏହି କ୍ରମରେ ଭୁବନେଶ୍ଵରରେ ରେଳ ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ହାତରେ ମେଟାଲ ଡ଼ିଟେକ୍ଟର ଧରି RPF ତନ୍ନ ତନ୍ନ ଯାଞ୍ଚ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.