June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

କମିଲା ରେପୋ ରେଟ୍, ୫୦ ବେସିସ୍ ପଏଣ୍ଟ ହ୍ରାସ..

କମିଲା ରେପା ରେଟ୍ । ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି ରିଜର୍ଭ ବ୍ୟାଙ୍କ। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା ଆର୍‌ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‌ପିସି) ଜୁନ୍ ୪ରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ଲଗାତର ତୃତୀୟ ଥର ପାଇଁ କମିଛି ରେପୋ ରେଟ୍। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଦ୍ଵାରା ବିଭିନ୍ନ ଦୀର୍ଘମିଆଦୀ ଋଣର କିସ୍ତି କମ୍ ହୋଇପାରେ। ଫଳରେ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି। ସେହିପରି ସିଆରଆର୍ ମଧ୍ୟ ୧ ପ୍ରତିଶତ କମିଛି। ଆଗରୁ ଏହା ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ୩ ପ୍ରତିଶତ ହୋଇଛି। ଫଳରେ ମାର୍କେଟକୁ ଆସିଛି ୨.୫ ଲକ୍ଷ କୋଟି ଟଙ୍କା। ଏହା ଦ୍ଵାରା ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେଇପାରିବେ। ମାର୍କେଟରେ କାରବାର ଅଧିକ ହେବ। ଫଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.