ପହଲଗାମ ଆକ୍ରମଣ: ମାଟିରେ ମିଶିଲା ଆତଙ୍କବାଦୀର ଘର

ବିଜୟ ପଥ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆର୍ଟକ ମୋଡରେ ସୁରକ୍ଷାକର୍ମୀ । ମାଟିରେ ମିଶାଇଲେ ଦୁଇ ଆତଙ୍କବାଦୀର ଘର । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଦୁଇ ଆତଙ୍କବାଦୀ ଆଦିଲ ହୁସେନ ଓ ଆସିଫ ସେଖର ଘରକୁ ବୋମାରେ ଉଡାଇଦେଲେ ସୁରକ୍ଷାକର୍ମୀ । ଅନନ୍ତନାଗ ଜିଲ୍ଲାର ବିଜବେହରାରର ଗୋରୀ ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନର ଘରେ ବୋମାମାଡ଼ କରାଯାଇଛି । ଅନ୍ୟଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ଜମ୍ମୁ ଓ କାଶ୍ମୀର ପ୍ରସାଶନ ପକ୍ଷରୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଛି । ଏପ୍ରିଲ ୨୨ରେ ପହଲଗାମ ବୈସାରନ ଘାଟିରେ ହୋଇଥିବା ଆକ୍ରମଣ ଯୋଜନା ଏବଂ କାଯ୍ୟକାରୀ କରିବାରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।ଏହି ଆତଙ୍କବାଦୀ ଆକ୍ରମଣେ ୨୬ଜଣ ପ୍ରାଣହରାଇଥିଲେ। ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ସାମିଲ ଥିଲେ । ଯାହାଙ୍କ ଘରକୁ ସୁରକ୍ଷାକର୍ମୀମାନେ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।