June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ରାଜଧାନୀରେ ହେବ ସାଇନ୍ସ ସିଟି, ଅତ୍ୟାଧୁନିକ ବିଜ୍ଞାନ ଉପକରଣ ଗୁଡିକ ପାଇବ ସ୍ଥାନ..

ଭୁବନେଶ୍ବର: ରାଜଧାନୀରେ ହେବ ଓଡିଶାର ପ୍ରଥମ ସାଇନ୍ସ ସିଟି । ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ଆଗକୁ ନେବା ପାଇଁ ଅନେକ ଯୋଜନା ଚାଲିଛି । ଏମିତିକି ଭୁବନେଶ୍ୱରରେ ସାଇନ୍ସ ସିଟି ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୧୦୦ ଏକର ଜମି ପ୍ରଦାନ କରିଥିବା କଥା ମନ୍ତ୍ରୀ କହିଛନ୍ତି । ଏହା ରାଜ୍ୟର ପ୍ରଥମ ସାଇନ୍ସ ସିଟି ହେବ । ଏଥିରେ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ ଗୁଡିକ ସ୍ଥାନ ପାଇବ ଯାହାକୁ ଦେଖି ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ସହ ସେମାନଙ୍କର ବିଜ୍ଞାନର ଜ୍ଞାନ ବଢିବ । ଏଥିସହ ବାୟୋ ଟେକ୍ନୋଲୋଜି ପାର୍କ ଓ ପ୍ରତି ଜିଲ୍ଲାରେ ସାଇନ୍ସ ସେଣ୍ଟର ହେବ ବୋଲି ମନ୍ତ୍ରୀ କହିଛନ୍ତ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.