July 22, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କିଛି ସେବାୟତ ବାହାଦୂରୀ ନେବା ପାଇଁ ଏଭଳି ବିଭ୍ରାନ୍ତିକର ଖବର ସୃଷ୍ଟି କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ମୋଦକ ଚୋରି ହୋଇ ନ ଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରି ସାରିଛନ୍ତି। ମୋଦକ କେବେବି ଗଣାଯାଏ ନାହିଁ। ଯିଏବି ବାହାଦୂରୀ ନେବା ପାଇଁ ଏଭଳି କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ବୟାନ ଦେଇଛନ୍ତି। ବାଡ଼ଗ୍ରାହୀଙ୍କ ଅଭିଯୋଗ ସତ୍ୟ ଆଧାରିତ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ବାଡ଼ଗ୍ରାହୀଙ୍କୁ ଅମୁଣିଆ ମୋଦକ ଦେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କିମ୍ବା କମାଣ୍ଡର ଛୁଇଁ ନାହାନ୍ତି କିମ୍ବା ଗଣି ନାହାନ୍ତି। କିନ୍ତୁ ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ଟିପା ଖାତାରେ ଲେଖାଯାଇଥିବା ତଥ୍ୟ ଅନୁସାରେ ୩୧୩ ମୋଦକ ଥିଲା। ୭୦ ମୋଦକ ଚୋରିକୁ ନେଇ ଅଭିଯୋଗର ଖୋଳତାଡ଼ କରାଯାଉଛି। CCTV ଯାଞ୍ଚ ହେଉଛି, ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.