June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

କାଳବୈଶାଖୀ: କେଉଁଠି ଆଶ୍ବସ୍ତି ତ କେଉଁଠି ବିପତ୍ତି

Wether Update: ରାଜ୍ୟରେ ବଦଳିଛି ପାଗ । କାଳବୈଶାଖୀର ପ୍ରଭାବରେ ଅସହ୍ଯ ଗରମରୁ ତ୍ରାହି ପାଇଛନ୍ତିି ରାଜ୍ଯବାସୀ । ମାତ୍ର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚୁଛି କାଳବୈଶାଖୀ। କାଳବୈଶାଖୀର ପ୍ରଭାବରେ ରାଜ୍ଯର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଏମିତି ସ୍ଥିତି ଆହୁରି ୭ ଦିନି ପର୍ଯ୍ୟନ୍ତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବୃଷ୍ଟିପାତ ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ବର୍ଷାର ପରିମାଣ ବଢିବା ସହ ୧୮ ତାରିଖ ଯାଏଁ ବର୍ଷା ଜାରି ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ଚାଳ ଛପର ଉଡି ଯାଇଥିଲା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଚଣ୍ଡିପୁର ଗ୍ରାମରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଶନିବାର ସନ୍ଧ୍ୟାରେ ହଠାତ୍ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ପ୍ରଭାବରେ ଭେଲୋରା ପଞ୍ଚାୟତ ଚଣ୍ଡିପୁର ଗ୍ରାମର ପାଦୁ ହାଁସଦାଙ୍କ ଘର ଉପରେ ବିରାଟ କାର ବରଗଛ ଭାଙ୍ଗି ପଡିଥିଲା । ଫଳରେ ପରିବାରର ୫ ଜଣ ସଦସ୍ୟ ଘର ଭିତରେ ରହିଯାଇଥିଲେ । ଗ୍ରାମବାସୀ ପହଞ୍ଚି ଦୁଇ ଘଣ୍ଟା କସରତ କରି ପରିବାର ଲୋକଙ୍କୁ ଘର ଭିତରୁ ବାହାରି କରିଥିଲେ । ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.