June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ରେଜଲ୍ଟ ଘୋଷଣାର ଏକ ଘଣ୍ଟା ପରେ ୱେବସାଇଟ୍ results.odisha.gov.in ଏବଂ results.digilocker.gov.inରେ ପରୀକ୍ଷା ଫଳ ଦେଖିପାରିବେ । ସେପଟେ ଯୁକ୍ତ ତିନି ନାମଲେଖା ଅବଧି ବଢାଇବା ପାଇଁ ଅଭିଯୋଗ ଆସିବା ପରେ ବଢିଲା ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୨୦ ତାରିଖ ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି । ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଫର୍ମ୍‌ ପୂରଣ କରିପାରିବେ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.