June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ

ଭୁବନେଶ୍ବର: ଓଡ଼ିଶା ଛାଡିବେ ସବୁ ପାକିିସ୍ତାନୀ । ପାକିିସ୍ତାନୀମାନଙ୍କୁ ଓଡି଼ଶା ଛାଡିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା, ସବୁ ପାକିସ୍ତାନୀଙ୍କୁ ଚିହ୍ନଟ କରାଯାଇଛି । ଏପଟେ ଭୁବନେଶ୍ବରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ଭିସା ଅବଧି ୨୦୨୪ରୁ ଶେଷ ହୋଇଥିବା ବେଳେ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । ୨୦୨୪ରେ ଭିସା ଅବଧି ଶେଷ ହେବା ପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ କରିଛି ।

ସେପଟେ ବଲାଙ୍ଗିରର ବିବାହ କରିିଥିବା ଶାରଦା କୁକ୍ରେଜା ୩୫ ବର୍ଷ ଧରି ଓଡି଼ଶାରେ ରହୁଛନ୍ତି। ସ୍ବାମୀ ପିଲା ଭାରତୀୟ ହୋଇଥିଲେ ମଧ୍ଯ ଶାରଦାଙ୍କୁ ଭାରତୀୟ ନାଗରିକତ୍ବ ମିଳିପାରିନି। ତେଣୁ ଏବେ କ’ଣ କରିବେ ତାକୁ ନେଇ ଚିନ୍ତାରେ ଶାରଦା ଓ ତାଙ୍କ ପରିବାର । ଦୀର୍ଘ ୩୫ ବର୍ଷ ତଳେ ବଲାଙ୍ଗିରର ମହେଶ କୁକ୍ରେଜା ପାକିସ୍ତାନୀ ଝିଅ ଶାରଦା କୁକ୍ରେଜାଙ୍କୁ ବାହା ହୋଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.