June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ: କଟକ ଜେଏମ୍ଏ‌ଫ୍‌ସି କୋର୍ଟ

ବର୍ଷାଙ୍କୁ କୈଣସି ପ୍ରକାରର ଭରଣପୋଷଣ ଦେବେନି ଅନୁଭବ । ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା ରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ । ଏନେଇ ରାୟ ଶୁଣାଇଛନ୍ତି କଟକ ଜେଏମ୍ଏ‌ଫ୍‌ସି କୋର୍ଟ । ବାହାଘର କିଛି ବର୍ଷ ପରେ ଘରୋଇ ନିର୍ଯାତନା ନେଇ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ବର୍ଷା । କୋର୍ଟରେ ଏନେଇ ମାମଲା ହୋଇଥିଲା କିନ୍ତୁ ଦୀର୍ଘ ଦିନ ଶୁଣାଣି ପରେ ମଧ୍ୟ କୋର୍ଟରେ ଏନେଇ ପ୍ରମାଣ ଦେଇପାରି ନାହାନ୍ତି ବର୍ଷା । ଏବେ ବର୍ଷାଙ୍କୁ ଅନୁଭବ ଭରଣପୋଷଣ ଦେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ଭରଣପୋଷଣ ମାମଲା ସମ୍ପର୍କରେ ରାୟ ଦେଇ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ସ୍ବାମୀଙ୍କ ସମ୍ପତି ଦେଖି ଭରଣପୋଷଣ ମାଗି ପାରିବେନି ପତ୍ନୀ । ଭରଣପୋଷଣକୁ ସ୍ବାମୀଙ୍କ ବିରୋଧରେ ଅସ୍ତ୍ର ଭଳି ବ୍ୟବହାର କରାଯାଇ ପାରିବ ନାହିଁ । ଶାବକ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.