June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆଇପିଏଲ୍ ୨୦୨୫: ମୁମ୍ବାଇ ବନାମ୍ ହାଇଦ୍ରାବାଦ ମହାସଂଗ୍ରାମ, କିଏ ମାରିବ ବାଜି ?

ବିଜୟ ପଥ: ଆଇପିଏଲ୍ ୨୦୨୫ରେ ଆଜି ଖେଳାଯିବ ୩୩ ତମ ମ୍ୟାଚ । ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ଦଳ ହେବେ ମୁହାଁମୁହିଁ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ୍ ୨୦୨୫ରେ ଏପର୍ଯ୍ୟନ୍ତ ଉଭୟ ଦଳ ସେମାନଙ୍କର ଖରାପ ପ୍ରଦର୍ଶନ ସହିତ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ଦଳ ଆଜି ମ୍ୟାଚ୍ ଜିତି ୨ ପଏଣ୍ଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ସ୍ଥାନରେ ଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ୯ମ ସ୍ଥାନରେ ରହିଛି ।

ହେଡ୍ ଟୁ ହେଡ୍ ରେକର୍ଡ
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ହେଡ୍ ଟୁ ହେଡ୍ ରେକର୍ଡ ଦେଖିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୨୩ ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି । ଏହି ସମୟରେ ମୁମ୍ବାଇ ୧୩ଟି ମ୍ୟାଚ୍ ଜିତିଛି । ଯେଉଁଠାରେ ହାଇଦ୍ରାବାଦ ୧୦ ଟି ମ୍ୟାଚ୍ ଜିତିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମ୍ୟାଚ ମଧ୍ୟରୁ ମୁମ୍ବାଇ ୩ଟି ଜିତିଥିବା ବେଳେ ହାଇଦ୍ରାବାଦ ୨ଟି ମ୍ୟାଚ ଜିତିଛି ।

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଖେଳାଳି -୧୧

ରୋହିତ ଶର୍ମା, ରିଆନ୍ ରିକେଲଟନ୍ (ୱିକେଟ୍ କିପର), ୱିଲ୍ ଜ୍ୟାକ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ନାମାନ ଧୀର, ମିଚେଲ ସାଣ୍ଟନର୍, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା

ସନରାଇଜର୍ସ ହାଇଦ୍ରାବାଦ ସମ୍ଭାବ୍ୟ ଖେଳାଳି -୧୧

ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଇଶାନ୍ କିଶାନ୍, କାମିଣ୍ଡୁ ମେଣ୍ଡିସ୍, ନୀତୀଶ କୁମାର ରେଡ୍ଡୀ, ହେନରିଚ୍ କ୍ଲାସେନ୍ (ୱିକେଟ୍ କିପର), ଅନିକେଟ୍ ଭର୍ମା, ପ୍ୟାଟ୍ କମିନ୍ସ, ହର୍ଷଲ ପଟେଲ / ଜୟଦେବ ଉନାଦକତ, ସିମରଜିତ ସିଂ, ମହମ୍ମଦ ଶାମି

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.