ମୁମ୍ବାଇ ବନାମ ଚେନ୍ନାଇ, ଆଜି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପାରିକ ବିରୋଧୀ..

ବିଜୟ ପଥ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଆଜି ଦେଖିବାକୁ ମିଳିବ ଦମଦାର ମ୍ୟାଚ୍ ।ଆଇପିଏଲ୍ ରେ ମିଳିତ ଭାବେ ୧୦ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପରସ୍ପରକୁ ଟକ୍କର ଦେବେ । ଆଜି ଦୁଇ ଦଳ ମଧ୍ୟରେ ଏହି ହାଇ ପ୍ରୋଫାଇଲ୍ ମ୍ୟାଚ୍ ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ । ଆଇପିଏଲ୍ ୨୦୨୫ ରେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇସାରିଛନ୍ତି । ଏହି ମ୍ୟାଚରେ CSK ୪ ୱିକେଟରେ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା । ଏହି ପରାଜୟର ପ୍ରତିଶୋଧ ନେବାକୁ ଆଜି ମୁମ୍ବାଇ ଦଳ ପଡ଼ିଆରେ ସମସ୍ତ ଦମ ଲଗାଇବ । ପଏଣ୍ଟ ଟେବୁଲରେ MI ଏବଂ CSK ଯଥାକ୍ରମେ ସପ୍ତମ ଏବଂ ଦଶମ ସ୍ଥାନରେ ରହିଛନ୍ତି ।
ହେର୍ଡ ଟୁ ହେର୍ଡ ମ୍ୟାଚ୍
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ରେକର୍ଡଗୁଡିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଉଭୟ ଦଳର ଏପର୍ଯ୍ୟନ୍ତ କାଣ୍ଟେ କା ଟକ୍କର ହୋଇଛି । ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୩୮ ଟି ମ୍ୟାଚରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ସମୟ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଥର ଜିତିଛି । ଯେତେବେଳେ କି, CSK ୧୮ ଟି ମ୍ୟାଚ୍ ଜିତିଛି । ପ୍ରକାଶ ଥାଉକି, ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ 5 ମ୍ୟାଚ୍ରେ ସିଏସକେ ପଲ୍ଲା ଭାରି ରହିଛି । ଦଳ ୪ ଟି ମ୍ୟାଚ୍ ଜିତିଛି।
ମୁମ୍ବାଇ ଇଣ୍ଡିଆନ୍ସ ସାମ୍ଭାବ୍ୟ ଖେଳାଳି -୧୧
ରୋହିତ ଶର୍ମା, ରିଆନ୍ ରିକେଲଟନ୍ (ୱିକେଟ୍ ରକ୍ଷକ), ୱିଲ୍ ଜ୍ୟାକ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନାମାନ ଧୀର, ମିଚେଲ ସାଣ୍ଟନର୍, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା
ଚେନ୍ନାଇ ସୁପର କିଙ୍ଗ୍ସର ସମ୍ଭାବ୍ୟ ଖେଳ -୧୧
ଶେଖ ରସିଦ, ରାଚିନ୍ ରବିନ୍ଦ୍ର, ରାହୁଲ ତ୍ରିପାଠୀ, ଶିବମ୍ ଦୁବେ, ବିଜୟ ଶଙ୍କର, ରବିନ୍ଦ୍ର ଜାଡେଜା, ଜାମି ଓଭରଟନ୍, ଏମ୍.ଏସ୍ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଅନସୁଲ କାମ୍ବୋଜ, ନୁର ଅହମ୍ମଦ, ଖାଲିଲ ଅହମ୍ମଦ