June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା; ପୁରୁଷବନ୍ଧୁଙ୍କୁ ଅଟକ…

ଭୁବନେଶ୍ବର: ଭୁବନେଶ୍ବରର ଏକ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମାଆଙ୍କ ଚାଞ୍ଚଲ୍ୟକର ବୟାନ । ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ। ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଝିଅକୁ ଠେଲି ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ମାଆ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜାଗମରା ସ୍ଥିତ ଏକ ହୋଟେଲ ଛାତରୁ ପଡି ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତ ଯୁବତୀ ନୟାଗଡ଼ର ସୋନାଲି ମହାପାତ୍ର। ସେ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.