June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଓଡି଼ଶାରେ ବାଜିବ ଯୁଦ୍ଧ ସାଇରନ୍…

ବିଜୟ ପଥ: ଆତଙ୍କୀ ଆକ୍ରମଣକୁ ଆଉ ବରଦାସ୍ତ କରିବନି ଭାରତ। ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ ୭ ତାରିଖରେ ବାଜିବ ସାଇରନ। ସମସ୍ତ ରାଜ୍ୟକୁ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ୧୦ ତାରିଖ ସୁଦ୍ଧା ପୂରା ଦେଶରେ ସରିବ ମକଡ୍ରଲ୍‌ । ଏଥିରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ କରାଯିବ । ଏହି ମକ୍ ଡ୍ରିଲକୁ ନେଇ ଦିଲ୍ଲୀରେ ଗୃହ ବିଭାଗ ପକ୍ଷରୁ ଜାରି ରହିଛି ଉଚ୍ଚସ୍ତରୀୟ ବୌଠକ । ଯୁଦ୍ଧ ହେଲେ ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ। ଶତ୍ରୁ ଆକ୍ରମଣରୁ କିଭଳି ନିଜକୁ ସୁରକ୍ଷା କରିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ସାଇରନ ବାଜିଲେ ସାଧରଣ ଲୋକ କଣ କରିବ, ସାଇରନ୍ ଶବ୍ଦ କପରି ସମସ୍ତଙ୍କ ନିକଟରେ ପହଞ୍ଚିବ ସେନେଇ ପ୍ରସ୍ତୁତି କରାଯିବ । ମକ୍ ଡ୍ରିଲକୁ ନେଇ ସମସ୍ତ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରମୁଖଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରିବ ଗୃହମନ୍ତ୍ରଣାଳୟ । ଦେଶର ମୋଟ୍ ୨୪୪ଟି ସୀମାବର୍ତ୍ତି ଜିଲ୍ଲାକୁ ଏହି ମକ୍ ଡ୍ରିଲ ପାଇଁ ଚିହ୍ନଟ କରାଯାଇଛି ।

ସେପଟେ ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍‌ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ମକ୍‌ଡ୍ରିଲ୍ ହେବ । ଏହା ସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ମକ୍‌ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧ ବେଳେ ନାଗରିକମାନେ କିପରି ଆତ୍ମରକ୍ଷା କରିବେ ସେନେଇ ତାଲିମ ଦିଆଯିବ ।ଓଡି଼ଶାରେ ବାଜିବ ଯୁଦ୍ଧ ସାଇରନ୍..

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.