୬୯ ଟଙ୍କା ବଢିଲା ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ଚାଷୀଙ୍କୁ ସରକାରଙ୍କ ଭେଟି । ବଢିଲା ଖରିଫ୍ ଫସଲ MSP । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୬୯ ଟଙ୍କାକୁ ବଢାଇଲେ କେନ୍ଦ୍ର ସରକାର । ୨୦୨୫-୨୬ ବର୍ଷ ପାଇଁ ଆଜି ମୋଟ ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ସହିତ ହରଡ଼, ମୁଗ, ବାଜରା, ଜୱାର, କପା ଏବଂ ସୂର୍ଯ୍ୟମୁଖୀ, ରାଶି, ବାଦାମ, ସୋୟାବିନ ଆଦି ତୈଳବୀଜ ଜାତୀୟ ଫସଲର MSP ବଢିଛି । ଏନେଇ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି । ସେହିଭଳି ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ି ୩,୭୪୯ ଟଙ୍କା ହୋଇଛି । ବାଜରା ୧୫୦ ବଢି କ୍ୱିଣ୍ଟାଲ ପିଛା ୨,୭୭୫ ଟଙ୍କା, ରାଗି ଏମଏସପି ୫୯୬ ଟଙ୍କା ସହ ୪,୮୮୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି ।