June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଜିଦିରେ ଅଟଳ ମମତା, ଲଗାଇଲେ ସ୍ଥାୟୀ ଜଗନ୍ନାଥ ଧାମ୍ ଫଳକ

ବିଜୟ ପଥ: ଥମିବାରେ ନାଁ ଧରୁନି ଦୀଘା ଜଗନ୍ନାଥ ମନ୍ଦିର ବିବାଦ । ଗତକାଲି ବିଜେପିରେ ପଶ୍ଚିମବଙ୍ଗ IT ସେଲ ମୁଖ୍ୟ ବିଜେପି ଅମିତ ମାଲବ୍ୟ ଏକ୍ସରେ ମମତା ଜଗନ୍ନାଥ ଧାମ ଉଠାଇ ନେଇ ଥିବା ପୋଷ୍ଟ କରିଥିଲେ। ଅମିତ ମାଲବ୍ୟଙ୍କ ପୋଷ୍ଟ କରିବା କିଛି ସମୟ ମଧ୍ଯରେ ପୁଣି ରାତିରେ ବଡ ବଡ ଅକ୍ଷରରେ ପ୍ରସ୍ତୁତ କରି ମରାଯାଇଛି ଜଗନ୍ନାଥ ଧାମ। ଅମିତ ମାଲବ୍ୟ ଏକ୍ସରେ ପୋଷ୍ଟ କରିବା ପରେ ଏବେ ଦିଦି ପୋଷ୍ଟକୁ ଭୁଲ ପ୍ରମାଣ ଓ ଜିଦ ପାଇଁ ପୁଣି ରାତାରାତି ଜଗନ୍ନାଥ ଧାମ ଲେଖିବା ସହ ପୂର୍ବ ସେଲ୍ପି ପଏଣ୍ଟ କରୁଛନ୍ତି। ଦିଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦିଘା ଜଗନ୍ନାଥ ଧାମ ବୋଲି କରାଯାଇଥିଲା। ଯାହା ୩୦ ତାରିଖ ଉଦଘାଟନ ସରିବା ପରେ ୧ ତାରିଖ ଦିନ ଟେଣ୍ଟ ମାଲିକ ଖୋଲି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଜୋରଦାର ପ୍ରତିବାଦ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ତେବେ ଦିଦି ମୁଣ୍ଡ ନୂଆଇଁ ଜଗନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ଲଗା ଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ତା ଚାଲିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.