OSSC ପରୀକ୍ଷାରେ ବଡ଼ ତ୍ରୁଟି

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ କରାଯାଉଥିବା ପରୀକ୍ଷାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତ୍ରୁଟି । ଗୋଟିଏ ବିବାଦ ନସରୁଣୁ ଆରମ୍ଭ ହେଉଛି ନୂଆ ବିବାଦ । କେତେବେଳେ osssc ତ୍ରୁଟି ପାଇଁ ପରୀକ୍ଷାର୍ଥୀ ନିଜର ଅସନ୍ତୋଷ ଝାଡ଼ୁଛନ୍ତି ତ ପୁଣି କେତେବେଳେ ossc ଦ୍ୱାରା ପରିଚାଳିତ ହେଉଥିବା ପରୀକ୍ଷାରେ ସାମ୍ନାକୁ ଆସୁଛି ତ୍ରୁଟି । ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ଆସିବା ପରେ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କର୍ତ୍ତୃପକ୍ଷ । ଆୟୋଗ ନିଜ ତ୍ରୁଟିକୁ ସ୍ବୀକାର କରିବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛି।