June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ରେଳ ଲାଇନରେ ଯୋଡି ହେଲା ଏକ ନୂଆ ଫର୍ଦ୍ଦ, ପୂରା ହେଲା ଖୋର୍ଦ୍ଧା-ବଲାଙ୍ଗୀର ସଂଯୋଗ ସ୍ୱପ୍ନ

ଭୁବନେଶ୍ବର: ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି। ଏହି ପ୍ରକଳ୍ପର ବୌଦ୍ଧ ଜିଲ୍ଲାର ଆଡେଣୀଗଡ଼ଠାରେ ନିର୍ମାଣାଧୀନ ରାଜ୍ୟର ସବୁଠୁ ବଡ଼ ଏବଂ ଇଷ୍ଟ କୋଷ୍ଟ ରେଳବାଇର ବୃହତ୍ତମ ୪ ନମ୍ବର ଟନେଲ (୪ କିମି ୧୮୫ ମିଟର) ର ବ୍ରେକଥ୍ରୋ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଟନେଲ ଭୂମିଠାରୁ ପ୍ରାୟ ୮୦ ମିଟର ତଳେ ନିର୍ମିତ ହୋଇଛି, ଯାହା ପୂର୍ବ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନିର୍ମାଣ ଆରମ୍ଭରୁ ବ୍ରେକଥ୍ରୋ ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନଥିବା ବେଳେ, ଅଧିକାରୀ ଓ କର୍ମଚାରୀମାନେ ଅତି ଯତ୍ନ ଓ ନିରନ୍ତର ପରିଶ୍ରମ ସହ ଦିନରାତି କାମ କରିଛନ୍ତି। ଉଭୟ ପାର୍ଶ୍ୱରୁ ଖୋଦନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ, ଟନେଲର ପ୍ରାୟ ୫୦% କାର୍ଯ୍ୟ ସରିଥିବା ଜଣାପଡ଼ିଛି। ଆଜି ବିଧିବଦ୍ଧ ଭାବେ ଇଷ୍ଟ କୋଷ୍ଟ ରେଳବାଇର ଜେନେରାଲ ମ୍ୟାନେଜର, ଚିଫ ଇଞ୍ଜିନିୟର, ସିଇଓ, ଡେପୁଟି ଚିଫ ଇଞ୍ଜିନିୟର ଏବଂ ଠିକା ସଂସ୍ଥା ଜିଆଇଆରଏଲର ଭାଇସ ଚେୟାରପରସନ ଆର.କେ. ଖଲିଙ୍କ ଉପସ୍ଥିତିରେ ବ୍ଲାଷ୍ଟିଂ କରି ବ୍ରେକଥ୍ରୋ ସମ୍ପନ୍ନ ହୋଇଛି।

ପ୍ରକଳ୍ପର ବିଶେଷତ୍ୱ:
ଟନେଲ ସଂଖ୍ୟା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ମୋଟ ୭ଟି ଟନେଲ ରହିଛି, ଯେଉଁଥିରୁ ୩ଟି ନୟାଗଡ଼ ଜିଲ୍ଲାରେ ଓ ୪ଟି ବୌଦ୍ଧ ଜିଲ୍ଲାରେ। ବୌଦ୍ଧର ୪ଟି ଟନେଲ ମଧ୍ୟରୁ ପୂର୍ବରୁ ୩ଟିର ବ୍ରେକଥ୍ରୋ ସରିଥିବା ବେଳେ, ଏହି ବୃହତ୍ତମ ଟନେଲରେ ହାଲୁକା ମାଟି ଯୋଗୁଁ କାର୍ଯ୍ୟ କିଛି ଧୀମା ଥିଲା।
ପ୍ରକଳ୍ପର ଗୁରୁତ୍ୱ: ଏହି ରେଳ ପ୍ରକଳ୍ପ ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରି ଆର୍ଥିକ ଓ ସାମାଜିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.