June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

୨୪ଘଣ୍ଟାରେ କାଳବୈଶାଖୀ ଆଲର୍ଟ, ପ୍ରବଳ ବର୍ଷିବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡିକରେ ୩୦ରୁ ୪୦ ଏବଂ କିଛି ସ୍ଥାନରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ସହ ଝଡ଼ତୋଫାନ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଉପରେ ୨ଟି ଟ୍ରପ୍ ଲାଇନ୍ ବା ନିମ୍ନ ରେଖା ସକ୍ରିୟ ରହିଛି । ଯାହାର ପ୍ରଭାବରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅପରପକ୍ଷେ କାଳବୈଶାଖୀ ସମୟରେ ରାଜଧାନୀରେ ହଠାତ୍ ବଦଳିଯାଉଛି ପାଗର ମିଜାଜ୍ । ଘୋଟିଆସୁଛି କଳାହାଣ୍ଡିଆ ମେଘ । ଅନ୍ଧାର ହୋଇଯାଉଛି ଆକାଶ । ଦିନରେ ସୃଷ୍ଟି ହେଉଛି ସନ୍ଧ୍ୟାର ଭ୍ରମ । ଏମିତିକି କାଳବୈଶାଖୀ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.