June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗଭାଇ, ମେ ୧୪ରେ ଗ୍ରହଣ କରିବେ ଶପଥ

ବିଜୟ ପଥ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗଭାଇ । ୫୨ତମ ପ୍ରଧାନ ବିଚାରପତି ଭାବେ ନେବେ ଦାୟିତ୍ବ । ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କଲେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା। ଆସନ୍ତା ମେ ୧୪ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଗଭାଇ। ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର. ଗଭାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି।

ଆସନ୍ତା ମେ ୧୩ରେ ଅବସର ନେବେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା। ତା ପରଦିନ ନୂଆ ସିଜେଆଇ ଭାବେ ଶପଥ ନେବେ ଗଭାଇ। ପରବର୍ତ୍ତୀ ସିଜେଆଇ କିଏ ହେବେ ସେନେଇ ଜଷ୍ଟିସ ଖାନ୍ନାଙ୍କୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର ଆଇନ ମନ୍ତ୍ରାଳୟ। ତେବେ ଜଷ୍ଟିସ ଗଭାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.