June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଆଇପିଏଲ୍ ୨୦୨୫: ପଞ୍ଜାବ କିଙ୍ଗ୍ସ ବନାମ କୋଲକତା ନାଇଟ୍ ରାଇଡର୍ସ , କିଏ ମାରିବ ବାଜି ?

ଆଇପିଏଲ୍ ୨୦୨୫: ଆଜି ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସ (PBKS) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ହେବ। । ପଏଣ୍ଟ ତାଲରେ ଶୀର୍ଷ ଚାରିଟି ଦଳ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । କୋଲକାତା ନାଇଟ ରାଇଡର୍ସ ୬ଟି ମ୍ୟାଚରୁ ୩ଟି ମ୍ୟାଚ ଜିତି ୬ ପଏଣ୍ଟ ସହ ପଏଣ୍ଟ ତାଲିକାରେ ୫ମ ସ୍ଥାନରେ ରହିଥିବା ବେଳେ ପଞ୍ଜାବ କିଙ୍ଗ୍ସ ୫ଟି ମ୍ୟାଚରୁ ୬ ପଏଣ୍ଟ ଅର୍ଜନ କରି ୬ଷ୍ଠ ସ୍ଥାନରେ ରହିଛି । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ଲାଗିଛି ବଡ଼ ଝଟକା । ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଦ୍ରୁତ ବୋଲର ଲୋକି ଫର୍ଗ୍ୟୁସନ ସଂପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିଛନ୍ତି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ କାରଣରୁ ନ୍ୟୁଜିଲାଣ୍ଡର ବୋଲର ଆଇପିଏଲ୍ ୨୦୨୫ରୁ ବାଦ୍ ପଡିଛନ୍ତି । ତେବେ ଅନ୍ୟପଟେ ମ୍ୟାଚରେ ସମସ୍ତଙ୍କ ନଜର ରହିବ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟାସ ଆୟରଙ୍କ ଉପରେ। ଗତ ବର୍ଷ କେକେଆରର ନେତୃତ୍ୱ ନେଇ ସେ ଦଳକୁ ଚାମ୍ପିଅନ କରାଇଥିଲେ। ମାତ୍ର ଏଥର ମେଗା ନିଲାମରେ କେକେଆର ତାଙ୍କୁ ରିଟେନ କରିନଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଭାବେ ଆୟର ଚମତ୍କାର ଫର୍ମରେ ଅଛନ୍ତି, ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରି ଦଳକୁ ନେତୃତ୍ୱ ଦେଉଛନ୍ତି। ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସର ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଫର୍ମ ବେଶ ଭଳ ରହିଛି । ଯାହା ଫଳରେ ପଞ୍ଜାବ କିଙ୍ଗ୍ସ ଓ କୋଲକତା ମଧ୍ଯରେ କଡା ଟକ୍କର ଦେଖିବାକୁ ପାଇବେ ଖେଳ ପ୍ରେମି । ତେବେ ଚାଲନ୍ତୁ ନଜର ପକାଇବା ଖେଳ ସମ୍ବନ୍ଧିୟ କେତେକ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ଉପରେ ।

ହେଡ୍-ଟୁ-ହେଡ୍ ରେକର୍ଡ

  • ଗତ ୧୭ ବର୍ଷରେ ଉଭୟ ଦଳ ୩୩ ଥର ମୁହାଁମୁହିଁ ହୋଇଛନ୍ତି।
  • କେକେଆର: ୨୧ ମ୍ୟାଚରେ ବିଜୟ।
  • ପଞ୍ଜାବ କିଙ୍ଗ୍ସ: ୧୨ ମ୍ୟାଚରେ ବିଜୟ।
  • ଗତ ସିଜନରେ ଏକମାତ୍ର ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଜିତିଥିଲା

ପଞ୍ଜାବ କିଙ୍ଗ୍ସର ସ୍ଥିତି
ଘରୋଇ ଫିଲ୍ଡ ଓ ସମର୍ଥକଙ୍କ ଉତ୍ସାହ ପଞ୍ଜାବ କିଙ୍ଗ୍ସକୁ ଏକ ବିଜୟ ଦାବିଦାର କରିଛି। ଦଳର ବ୍ୟାଟିଂ ଓ ବୋଲିଂ ଉଭୟ ଦିଗରେ ସନ୍ତୁଳନ ରହିଛି। ମାତ୍ର, ୟୁଝବେନ୍ଦ୍ର ଚହଲଙ୍କ ଫର୍ମ ଚିନ୍ତାର ବିଷୟ। ପୂର୍ବରୁ ଆକ୍ରମଣାତ୍ମକ ବୋଲିଂ ପାଇଁ ପରିଚିତ ଚହଲ ଏଥର ନିଜ ଫର୍ମକୁ ଫେରି ପାରି ନାହାନ୍ତି ।

କେକେଆରର ଫର୍ମ
ବିଳମ୍ବରେ ହେଉଛି କେକେଆର ଲୟକୁ ଫେରିଛି। ଅଧିକାଂଶ ବ୍ୟାଟର ଫର୍ମରେ ରହିଛନ୍ତି, ଯାହା ଦଳର ଆତ୍ମବିଶ୍ୱାସ ବଢ଼ାଇଛି। ମାତ୍ର, ପଞ୍ଜାବର ଘରୋଇ ପରିବେଶ ଓ ଆୟରଙ୍କ ନେତୃତ୍ୱ ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

କାହାର ପଲ୍ଲା ଭାରି?
ପୂର୍ବ ଷ୍ଟ୍ରାଇକ୍ ରେକର୍ଡ ଦେଖିଲେ କେକେଆରକୁ ଆଗରେ ରଖୁଛି, ମାତ୍ର ଚଳିତ ସିଜନରେ ପଞ୍ଜାବ କିଙ୍ଗ୍ସର ପ୍ରଦର୍ଶନ, ଘରୋଇ ସମର୍ଥନ ଓ ଶ୍ରେୟାସ ଆୟରଙ୍କ ଫର୍ମ ସେମାନଙ୍କୁ ବାଜିମାତ କରିବାର ସୁଯୋଗ ଦେଉଛି। ଏହି ମ୍ୟାଚ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକ ଆଣିଦେବ । ତେବେ ଦେଖିବାକୁ ବାକି ରହିିଲା କିଏ ମାରିବ ବାଜି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.