ଜୁଲାଇ ୧ରୁ ବଢ଼ିବ ଟ୍ରେନ୍ ଟିକେଟ୍ ମୂଲ୍ୟ..

ଭାରତୀୟ ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର । ବଢ଼ିବାକୁ ଯାଉଛି ଟିକେଟ୍ ମୂଲ୍ୟ । ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ ଖାଲି । ଏକ ଜୁଲାଇବରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ । ଏହାସହ ଏକ ଖୁସି ଖବର ମଧ୍ୟ ରହିଛି । କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି । ରେଲଓ୍ବେର ନୂଆ ଟେରିଫ ଅନୁସାରେ, ସେକେଣ୍ଡ କ୍ଲାସରେ ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ବୃଦ୍ଧି କରାଯାଇନାହିଁ । ହେଲେ, ୫୦୦ କିମିରୁ ଅଧିକ ହେଲେ, ଯାତ୍ରୀଙ୍କୁ ନୂଆ ମୂଲ୍ୟ ଦେବାକୁ ପଡ଼ିବ । ନୂଆ ମୂଲ୍ୟ ଅନୁସାରେ ପ୍ରତି କିଲୋମିଟର ଉପରେ ୫୦ ପଇସା ଅଧିକ ଲାଗିବ । ଏହାସହ ମେଲ/ ଏକ୍ସପ୍ରେସ ଟ୍ରେନ (ନନ ଏସି) ଯାତ୍ରୀଙ୍କୁ ପ୍ରତି କିଲୋମିଟର ଉପରେ ଏକ ଟଙ୍କା ଅଧିକ ଦେବାକୁ ପଡିବ । ସେହିପରି ଏସି କ୍ଲାସ ଟିକେଟ ଉପରେ ସବୁଠାରୁ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଗରେ ପ୍ରତି କିଲୋମିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେବାକୁ ଯାଉଛି । ତେବେ ଲୋକାଲ ଟ୍ରେନ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ଯାହା ଭାରତୀୟ ରେଳରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କ ପାଇଁ ଖୁସି ଖବର ।