June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପାକିସ୍ତାନକୁ ନାହିଁ ନିିସ୍ତାର, ଜାରି ରହିବ ୬ ପ୍ରତିବନ୍ଧକ

ବିିଜୟ ପଥ: ଅସ୍ତ୍ରବିରତି ପରେ ବି ବଳବତ୍ତର ରହିବ ଭାରତର କଟକଣା । ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଥିଲା । ତେବେ ବର୍ତ୍ତମାନ ଯୁଦ୍ଧବିରତି ପରେ ମଧ୍ୟ ଏହା ଜାରି ରହିବ । ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାର ନିଷ୍ପତ୍ତି ବି ବଳବତ୍ତର ରହିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ ରହିବ । ଦୁଇ ଦେଶ ମଧ୍ୟରେ ରପ୍ତାନି ଏବଂ ଆମଦାନି ଏବେ ଆରମ୍ଭ ହେବ ନାହିଁ । ସେହିପରି ଅଟାରୀ-ୱାଘା ସୀମା ଚେକ୍‌ପୋଷ୍ଟ ମଧ୍ୟ ଖୋଲିବନି ।

ସେହପରି ଭାରତ ଆକାଶରେ ଉଡିପାରିବନି ପାକିସ୍ତାନୀ ବିମାନ । ପାକିସ୍ତାନୀ ଜାହାଜ ଚଳାଚଳ ବି ବନ୍ଦ ରହିବ । ପାକିସ୍ତାନରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ହେବନି। ଚିଠିପତ୍ର ଓ ପାର୍ସଲ ଆଦାନପ୍ରଦାନ ହୋପାରିବନି। ପାକିସ୍ତାନୀ ୟୁଟ୍ୟୁବ ଚାନେଲ କଟକଣା ଜାରି ରହିବ। ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ବି ବ୍ୟାନ୍‌ ଉଠିବନି । ତେବେ ମେ’ ୧୨ରେ ଦୁଇ ଦେଶର DGMOଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାର ନିର୍ଯାସ ଏବଂ ନିଷ୍ପତ୍ତି ପରେ ହିଁ ଏସବୁ କଟକଣା ବଳବତ୍ତର ରହିବ ନା ପ୍ରତ୍ୟାହୃତ ହେବ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.