June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପାକିସ୍ତାନକୁ ଚୀନର ସମର୍ଥନ, ଏୟାର ଷ୍ଟ୍ରାଇକ୍ କୁ ନେଇ ଭାରତକୁ କଲା ଟାଗେର୍ଟ

ବିିଜୟ ପଥ: ପୁଣି ପାକିସ୍ତାନର ସମର୍ଥନରେ ବାହାରି ଭାରତକୁ ନିନ୍ଦା କଲା ଚୀନ । ଭାରତର ଏୟାର ଷ୍ଟ୍ରାଇକ୍ କୁ ନେଇ ରୋଷ ଝାଡିଲା ଡ୍ରାଗନ୍ । ବୁଧବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଚୀନ କହିଛି କି, ଭାରତର ସେନା କାର୍ଯ୍ୟାନୁଷ୍ଠାନ ଏକ ଦୁଃଖଦ ଘଟଣା ବୋଲି ଚୀନ ଗ୍ରହଣ କରିଛି । ଏନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି, ଏହାକୁ ନେଇ ଚୀନ ଚିନ୍ତିତ । ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ଚୀନ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.