ତତଲା କଡ଼େଇରେ ସିଝୁଛି ଓଡ଼ିଶା, ୫ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ…

ଭୁବନେଶ୍ବର: ଅସମ୍ଭାଳ ହେବ ତାତି । ୧୪ ଯାଏଁ ତାତି, ଗୁଳୁଗୁଳିରେ ସିଝିବେ ରାଜ୍ୟବାସୀ । ପାଣିପାଗି କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ହିଟ୍ ୱେଭ୍ ପରିସ୍ଥିତି ଅନୁଭୂତ ହୋଇଥିଲା । ତେବେ ଆଜି ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି। ସୋମବାର ୫ ଜିଲ୍ଲାକୁ ହିଟ୍ ୱେଭ୍ ଚେତାବନୀ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗିର ଓ ସୁନ୍ଦରଗଡ଼। ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ତେବେ ଆସନ୍ତା ୧୪ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ୧୫ ତାରିଖଠାରୁ ତାପମାତ୍ରା ହ୍ରାସ ପାଇବା ସହ କାଳବୈଶାଖୀର ପ୍ରଭାବ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।