June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର, ସତର୍କ ସୂଚନା ଜାରି କଲେ କର୍ତ୍ତୃପକ୍ଷ..

ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ସତର୍କ ସୂଚନା ଜାରି କଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଜୁନ ୧ରୁ ୩୧ ଜୁନ ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ ଖୋଲାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍‌ ୧ ତାରିଖୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍‌ ଜଳଭଣ୍ଡାରର ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି । ନିଜ ସ୍ତରରେ ଜିଲ୍ଲାପାଳମାନେ ସତର୍କ କରାଇବା ପାଇଁ ଚିଠିରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.