June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବଢୁଛି ଜ୍ୟୋତି ମଲହୋତ୍ରାଙ୍କ ଅଡୁଆ, ପୁଣି ୪ ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ..

ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତିଙ୍କ ରିମାଣ୍ଡ ଶେଷ ହେବା ପରେ ଆଜି ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଯାହା ପରେ କୋର୍ଟ ପୁଣି ଥରେ ଜ୍ୟୋତିଙ୍କୁ ୪ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଜ୍ୟୋତିଙ୍କୁ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି , ଏହି ୪ ଦିନ ଭିତରେ ଜ୍ୟୋତିଙ୍କ ଠାରୁ ଅଧିକ ତଥ୍ୟ ବାହାର କରିବ ହିସାର ପୋଲିସ। ତାଙ୍କଠାରୁ ଓଗାଳିବ ଆହୁରି ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ପାକିସ୍ତାନର ଏଜେଣ୍ଟଙ୍କ ସହିତ ଜ୍ୟୋତିଙ୍କ କେମିତି ଲିଙ୍କ୍ ଥିଲା, କେଉଁ କେଉଁ ତଥ୍ୟ ସେ ପାକିସ୍ତାନକୁ ଦେଇଛନ୍ତି, କେମିତି ସେମାନଙ୍କ ସହିତ ସଂପର୍କରେ ଆସିଥିଲେ। ଏହି ସବୁ ତଥ୍ୟ ଓଗାଳିବ ହରିୟାଣା ପୋଲିସ । ଅପରେସନ ସିନ୍ଦୂର ପରବର୍ତ୍ତୀ ତନାଘନାରେ ଦେଶର ଧରାପଡ଼ିଛନ୍ତି ୧୦ରୁ ଅଧିକ ଗୁପ୍ତଚର ଯେଉଁମାନେ ପାକିସ୍ତାନ ପାଇଁ କାମ କରୁଥିଲେ। ଏହା ଭିତରେ ଅଛନ୍ତି ଜ୍ୟୋତି ମଲହୋତ୍ରା। ସେ ପାକିସ୍ତାନ ବି ଯାଇଥିଲେ। ଭାରତରେ ଥିବା ପାକିସ୍ତାନର ଦୂତାବାସର ଜଣେ ଅଧିକାରୀଙ୍କ ସହିତ ତାଙ୍କର ସଂପର୍କ ଥିଲା। ସୂଚନା ପାଇଁ ଜ୍ୟୋତି ହ୍ୱାଟସଆପ୍, ସ୍ନାପଚଟ୍ ଭଳି ଆପ୍ ବ୍ୟବହାର କରୁଥିଲେ। ଏପରିକି ଜଣେ ପାକିସ୍ତାନୀଙ୍କୁ ସେ ବାହା ହେବାକୁ ଚାହୁଁଥିଲେ ବୋଲି ମଧ୍ୟ ଖବର ଆସିଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.