June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବଢୁଛି କମୁଛି ସୁନା ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ବଢୁଛି କମୁଛି ସୁନା ଦର । ପ୍ରତିଦିିନ ଗ୍ରାଫ୍ ଉପର ତଳ ହେଉଥିବା ବେଳେ ଚିନ୍ତାରେ ଗ୍ରାହକ । କିଛି ଦିନ ଧରୀ ସୁନା ଦର କମିଥିବା ବେଳେ ଏବେ ପୁଣି ଲକ୍ଷେ ଛୁଇଁ ବାକୁ ବସିଛି ଦର । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଆଜି ବି ସୁନା ମହଙ୍ଗା ହୋଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ‍ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୩,୯୩୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା ବୃଦ୍ଧି ୯୫. ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୬,୧୦୦ ଟଙ୍କାରୁ ୮୭,୨୦୦ଟଙ୍କା ହୋଇଛି। ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୩,୯୩୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୧୨୦୦ ଟଙ୍କା ବୃଦ୍ଧି ପାଇ ୯୫. ୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇ ୮୭,୨୦୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.