June 8, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଅପରେସନ ସିନ୍ଦୂର, ୨୫ ମିନିଟରେ ଆତଙ୍କବାଦୀ ନିପାତ୍

ବିିଜୟ ପଥ: ସିନ୍ଦୂରର ଜବାବ ଦେଲା ‘ଅପରେସନ ସିନ୍ଦୂର’ । ଧ୍ୱଂସ ହେଲା ପାକିସ୍ତାନ ଓ ପିଓକେର ୯ଆତଙ୍କବାଦୀ ଆଡ୍ଡା । ଅପରେସନ ସିନ୍ଦୂର’ ମଙ୍ଗଳବାତ ରାତି ୧.୦୫ରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା । ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରି ଆଙ୍କବାଦୀଙ୍କ ଆଡ୍ଡାକୁ ନିପାତ କରାଯାଇଥିଲା । ଭାରତ ଏହି ଅଭିଯାନର ନାମ ଦେଇଥିଲା ‘ଅପରେସନ ସିନ୍ଦୂର’ । ସାମ୍ୱାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିମ୍ରି । ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି ।

ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ, ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିଲା ବର୍ବର କାଣ୍ଡ । ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । କାଶ୍ମୀରକୁ ଯେଭଳି ପର୍ଯ୍ୟଟକ ନଆସିବେ ତାହା ଥିଲା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମୁଣ୍ଡରେ ଗୁଳି ମାରିଥିଲେ ଆତଙ୍କୀ । ପରିବାର ଲୋକଙ୍କ ସାମ୍ନାରେ ଗୁଳି ମାରି କରିଥିଲେ ହତ୍ୟା । ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି, ଜମ୍ମୁ-କାଶ୍ମୀରର ବିକଶ ରୋକିବା ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଏହି ଆକ୍ରମଣ ହୋଇଥିଲା । ଆଜି ଭାରତ ଏହାର ଜବାବ ଦେଇଛି । ନ୍ୟାୟ ପାଇଁ ଲଞ୍ଚ କରିଛି ‘ଅପରେସନ ସିନ୍ଦୂର’ । ଅପରେସନ ସିନ୍ଦୂର ବେଳେ ଲୋକଙ୍କୁ କ୍ଷତି ନହେବା ଲାଗି ଦୃଷ୍ଟି ରଖାଯାଇଥିଲା । ଅନେକ ଦିନ ଧରି ଆତଙ୍କୀଙ୍କୁ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେଇ ଆସୁଛି ପାକିସ୍ତାନ । ପାକିସ୍ତାନର ଏହି ଚରିତ୍ର ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ବବିଦିତ । ତେଣୁ ବିଭିନ୍ନ ଆତଙ୍କୀ ଶିବିର ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ । ପାକିସ୍ତାନର କେତେକ ଆତଙ୍କବାଦୀଙ୍କ ଶିବିରକୁ କରାଯାଇଥିଲା ଟାର୍ଗେଟ । ପାକିସ୍ତାନର ମୋଟ ୯ଟି ସହରର ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.