ଆଜିଠୁ ନବୀନଙ୍କ ନବମ ଇନିଂସ୍

ବିଜେଡିର ନବମ ଥର ସଭାପତି ହେଲେ ନବୀନ । ଘୋଷଣା କଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ନିର୍ଦ୍ବନ୍ଦ୍ବରେ ସେ ସଭାପତି ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ଶଙ୍ଖଭବନରେ ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି । ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରାଜୟ ପରେ ବିଜେଡିରେ ଶୃଙ୍ଖଳା ଭଙ୍ଗ ହୋଇଛି । ତେବେ ନବୀନ ପୁଣି ଦଳର ମୁଖିଆ ଭାବେ ଦାୟିତ୍ୱ ନେଇ ଦଳ ଶୁଙ୍ଖଳିତ କରିବେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ବଦଳିଯାଇଛି ବିଜେଡିର କାୟାକଳ୍ପ ନବମ ଥର ପାଇଁ ନବୀନ ହୋଇଛନ୍ତି ସଭାପତି ।