June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଡରାଉଛି କରୋନା, ଓଡ଼ିଶାରେ ପ୍ରଥମ ମାମଲା ଚିହ୍ନଟ

ଦେଶ ସହ ଏବେ ରାଜ୍ଯକୁ ଡରାଇଲେଣି କରୋନା । ତିନି ବର୍ଷର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତି ଜଣକ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସମୃକ୍ତ ବ୍ୟକ୍ତି ଟେଷ୍ଟ କରିଥିଲେ। ତା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ତେବେ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ଅଫିସିଆଲି କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଚୀନ୍ ଏବଂ ସିଙ୍ଗାପୁର ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏହି ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.