June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବାନ୍ଦିପୋରାରେ ସେନାର ଏନକାଉଣ୍ଟର, ଟପ୍ ଲସ୍କର କମାଣ୍ଡର ନିହତ

ବିଜୟ ପଥ: ପହଲଗାମ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ସେନା ପକ୍ଷରୁ ବଡ ଆକ୍ସନ । ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ସେନାର ଏନକାଉଣ୍ଟର। ସର୍ଚ୍ଚ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ଟପ୍ ଲସ୍କର କମାଣ୍ଡର ଅଲତାଫ୍ ଲାଲି ନିହତ। ଜମ୍ମୁ କାଶ୍ମୀର ବାନ୍ଦିପୋରାରେ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ । ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ । ଗୁଳି ଚଳାଇବା ପରେ ଚାଲିଥିଲା ଜବରଦସ୍ତ ଫାୟାରିଂ। ବାନ୍ଦିପୋରା କୁଲନାର ବାଜିପୋରା ଜଙ୍ଗଲରେ ଏବେବି ଗୁଳିବିନିମୟ ଜାରି ରହିଛି। ଆତଙ୍କୀଙ୍କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।

ଗୁରୁବାର ରାତିରୁ ପାକିସ୍ତାନ ପକ୍ଷରୁ ଏଲଓସିରେ ଗୁଳିଚାଳନା କରାଯାଇଥିବାବେଳେ ଏହାର ପାଲଟା ଜବାବ ଦେଇଛି ଭାରତ । ସେହିପରି ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବାନ୍ଦିପୋରା ଜିଲ୍ଲାକୁ ଘେରାବନ୍ଦୀ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଲୁଚି ରହିଥିବା ଆତଙ୍କୀ ସୁରକ୍ଷାବାହିନୀ ଉପରକୁ ଗୁଳି ଚଲାଇଥିଲେ । ୨ ଯବାନ ଗୁରୁତର ହୋଇଥିବାବେଳେ ଏବେ ଲସ୍କର କମାଣ୍ଡର ପ୍ରାଣ ହାରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.