July 20, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଉପନିର୍ବାଚନରେ ଚମକିଲା ଆପ୍‌ , ଜାଣନ୍ତୁ କିଏ କେଉଁଠି ଜିତିଲା ?

ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ କେରଳର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ଚାଲିଛି। ଲୁଧିଆନାରେ ସକାଳ 8ଟାରେ ଗଣତି ଆରମ୍ଭ ହୋଇଛି। ଲୁଧିଆନା ପଶ୍ଚିମରେ ବିଜେପି ଏବଂ ଆପ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ଫଳାଫଳ ବିଶେଷକରି ଆମ ଆଦମୀ ପାର୍ଟି (ଆପ) ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଜୁନ ୧୯ ତାରିଖରେ ପଞ୍ଜାବର ଲୁଧିଆନା ପଶ୍ଚିମ, ପଶ୍ଚିମବଙ୍ଗର କାଳିଗଞ୍ଜ, କେରଳର ନିଲାମ୍ବୁର, ଗୁଜୁରାଟର ବିଦାସ୍ବର ଏବଂ କାଡି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହାର ଫଳାଫଳ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । କେରଳର ନିଲାମ୍ବୁର ବିଧାନସଭା ଆସନରେ କଂଗ୍ରେସ ଚମତ୍କାର ବିଜୟ ହାସଲ କରିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.