ଇଡି ଚାର୍ଜସିଟକୁ ନେଇ ବିଜେପି ଉପରେ ବର୍ଷିଲେ ଭୂପେଶ ବଘେଲ

ଭୁବନେଶ୍ବର: ଓଡିଶା ଗସ୍ତରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ନ୍ୟାସନାଲ ହେରାଲଡ଼ କେସରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ଇଡିର ଚାର୍ଜସିଟ ବିରୋଧରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ED ଚାର୍ଜସିଟ ନେଇ ସାରା ଦେଶର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି କଂଗ୍ରେସ। ତେବେ ଓଡ଼ିଶାରେ ଆଜି ଛତିଶଗଡ଼ର ପୂର୍ବତନ ଉମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମୋଦି ସରକାର ଉପରେ ବର୍ଷିଛନ୍ତି। ବିଜେପି ମିଛ ଆଶ୍ରୟ ନେଇ ରାଜନୀତି କରୁଛି। ବାରମ୍ବାର ମିଛ କହି ମିଛକୁ ସତ କହିବାକୁ ଚେଷ୍ଟା କରନ୍ତି । ଦେଶ ସ୍ୱାଧୀନ ପୂର୍ବରୁ ୧୯୩୭ ମସିହାରୁ ଆରମ୍ଭ ହୋଇଥିବା ଏହି ଖବର କାଗଜ ସ୍ୱାଧୀନତା ଲଢେଇରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଭୂପେଶ ବଘେଲ କହିଛନ୍ତି ‘‘ଖବର କାଗଜର ବିପଦ ସମୟରେ ହିଁ ୟଙ୍ଗ ଇଣ୍ଡିଆ ସଂସ୍ଥା ତରଫରୁ ଖବରକାଗଜକୁ ୯୦ କୋଟି ରାଶି ଦିଆଯାଇଛି। ୨୦୧୨ ମସିହାରେ ସୁବ୍ରମଣ୍ୟମ ସ୍ୱାମୀ ED ଯାଇଥିଲେ। ସେତେବେଳେ ଏହାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ୨୦୧୫ ମସିହାରେ ପୁନର୍ବାର ଆକ୍ରୋଶ ମୂଳକ ଭାବରେ ପୁଣି ନୂଆ FIR ଦିଆଯାଇଥିଲା। ବିଜେପି କହୁଛି ଏହାର ସମ୍ପତି ୫ ହାଜର କୋଟି। କିନ୍ତୁ ଆଇଟି ତଦନ୍ତ କରି କହିଛି ଏହାର ସମ୍ପତି ମୋଟ ୪୦୦ କୋଟୀ ଟଙ୍କା। ବିଜେପି କେତେ ମିଛ କହୁଛି ଏହି ଗୋଟିଏ ତଥ୍ୟରୁ ସମସ୍ତେ ଜାଣିପାରୁଥିବେ। ଦେଶରେ ed, cbi କୁ ଦୁରୁପଯୋଗ କରୁଛି ବିଜେପି। କେନ୍ଦ୍ରୀୟ ପ୍ରତିଷ୍ଠାନର ଅପବ୍ୟବହାର କରି କଂଗ୍ରେସକୁ ବଦନାମ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି। ସଂସଦ ଭିତରେ ଏବଂ ବାହାରେ ଏନେଇ ଆନ୍ଦୋଳନ ଜାରି ରହିଛି। କଂଗ୍ରେସ ଡରିବ ନାହିଁ କିମ୍ବା ପଛଘୁଞ୍ଚା ଦେବ ନାହିଁ। ରାହୁଲଗାନ୍ଧୀ ସଦନରେ ଫଟୋ ଦେଖାଇ ପଚାରି ଥିଲେ ଅଦାନୀ ସହ ବିଜେପିର କଣ ସମ୍ପର୍କ ରହିଛି। କିନ୍ତୁ କେହି କିଛି ଉତ୍ତର ଦେଲେନାହିଁ। ଅଧିକାଂଶ ସରକାର ସମ୍ପତିକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଉଛି। ସେ ଖଣି ହେଉ କିମ୍ବା ବିମାନ ବନ୍ଦର,ରେଲୱେ ଷ୍ଟେସନ ହେଉ କିମ୍ବା ବନ୍ଦର ସବୁ ଅଦାନୀ ହାତରେ ଟେକି ଦିଆଯାଉଛି। ସରକାର ଗୋଟିଏ ବ୍ୟକ୍ତି ପାଇଁ କାମ କରୁଛି। ଏହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପଚାରୁଛି କଂଗ୍ରେସ ’’।