ଶେଷରେ ହଟିଲା ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ନାମ

ବିଜୟ ପଥ: ଶେଷରେ ହଟିଲା ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ନାମ । ବିବାଦ ବଢ଼ିବା ପରେ ପଛକୁ ହଟିଲେ ପଶ୍ଚିମବଙ୍ଗ ସରକାର । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସମେତ ଓଡ଼ିଶା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘାରୁ ହଟାଇ ଦିଆଯାଇଛି ଜଗନ୍ନାଥ ଧାମ ନାମ । ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ।