ଗୀତ ଚୋରି କରିି ଫସିଲେ ଏ.ଆର.ରହମାନ, ଗଣିବେ ୨ କୋଟି ଟଙ୍କର ତଣ୍ଡ

ଗୀତ ଚୋରି କରିବା ମାମଲାରେ ଫସିଲେ ପ୍ରସିଦ୍ଧ ମ୍ୟୁଜିକ୍ ଡାଏରେକ୍ଟର ଏ.ଆର.ରହମାନ । ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଓ ମାଡ୍ରାସ ଟକିଜ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମ ‘ପୋନ୍ନିୟନ ସେଲଭନ-୨’ର ଗୀତ ‘ବୀରା ରାଜା ବୀରା’ କପିରାଇଟ୍ ବିବାଦରେ ଜଡ଼ିଛି। କ୍ଲାସିକାଲ ଗାୟକ ଫୈୟାଜ ଭସିଫୁଦ୍ଦିନ ଡାଗର ଅଭିଯୋଗ କରିଛନ୍ତି ଯେ, ଏହି ଗୀତ ତାଙ୍କ ପିତା ଓ କାକାଙ୍କ ‘ଶିବ ସ୍ତୁତି’ରୁ କପି କରାଯାଇଛି । କୋର୍ଟ କହିଛନ୍ତି, ଗୀତରେ ଡାଗର ଭାଇମାନଙ୍କ ରଚନା ବ୍ୟବହାର ହୋଇଛି, କିନ୍ତୁ ସେମାନଙ୍କୁ ଶ୍ରେୟ ଦିଆଯାଇ ନାହିଁ। ରହମାନ ଦାବି କରିଛନ୍ତି ଯେ, ‘ଶିବ ସ୍ତୁତି’ ଏକ ପାରମ୍ପରିକ ରଚନା ଓ ଗୀତଟି ମୂଳ ଅଟେ। କିନ୍ତୁ କୋର୍ଟ ତାଙ୍କ ଯୁକ୍ତି ଖାରଜ କରି ଡାଗର ଭାଇମାନଙ୍କୁ ଗୀତର ଶ୍ରେୟ ଦେବାକୁ ଓ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଗୀତର ଡିଜିଟାଲ ପ୍ଲାଟଫର୍ମରେ ଡାଗରଙ୍କୁ କ୍ରେଡିଟ୍ ଦେବା ବାଧ୍ୟତାମୂଳକ କରାଯାଇଛି।