July 23, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ବିହାରରେ ନିର୍ବାଚନ ପୂର୍ବରୁ କଂଗ୍ରେସର ରଣପ୍ରସ୍ତୁତି, ବିଜେପି-ଜେଡିୟୁ କଲେ ଟାଗେର୍ଟ…

ବିଜୟ ପଥ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ହେଲାଣି କଂଗ୍ରେସ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବକ୍ସରରେ କରିଛନ୍ତି ସାଧାରଣ ସଭା। ସେଥିରେ ସେ ବିଜେପି-ଜେଡିୟୁ ସରକାରଙ୍କୁ ସମାଲୋଚନା କରିବା ସହ କୁର୍ସି ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସବୁ କିଛି କରିପାରନ୍ତି ବୋଲି କହିଛନ୍ତି । ଦଲସାଗର ଷ୍ଟାଡିଅମରେ ଆୟୋଜିତ ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ଯୋଗଦେଇ ସେ ଏନଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଆହ୍ବାନ ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଭାଜପା ଏବଂ ଜେଡିୟୁ ‘ଡବଲ ଇଞ୍ଜିନ’ ସରକାର ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଆଜି ବିହାର ମାନବ ସୂଚକାଙ୍କ ଦୃଷ୍ଟିରୁ ବହୁତ ତଳେ ଅଛି। ସେ କହିଥିଲେ ଯେ ବିହାରକୁ ‘ଡବଲ ଇଞ୍ଜିନ’ ନୁହେଁ ବରଂ ଏକ ଶକ୍ତିଶାଳୀ ସିଙ୍ଗଲ ଇଞ୍ଜିନ ସରକାର ଆବଶ୍ୟକ, ଯାହା ମହାମେଣ୍ଟର ଇଞ୍ଜିନ। କଂଗ୍ରେସ ନେତା Mallikarjun Kharge ବିହାରର ଏନଡିଏ ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ‘ସୁଯୋଗବାଦୀ’ ମେଣ୍ଟ ବିହାରବାସୀଙ୍କ ପାଇଁ ଭଲ ନୁହେଁ। ସେହିପରି ବିହାର ଲାଗି କେନ୍ଦ୍ର ଘୋଷଣା କରିଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପ୍ୟାକେଜ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ନ୍ୟାସନାଲ ହେରାଲଡ ମାମଲାରେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.