ସର୍ବଦଳୀୟ ପ୍ରତିନିଧି ଦଳରେ ଶଶୀଙ୍କ ନାଁ ଦେଖି ପ୍ରଶ୍ନ ଉଠାଇଲା କଂଗ୍ରେସ…

ବିଜୟ ପଥ: ପାକିସ୍ତାନର ଆତଙ୍କୀ ପ୍ରୀତି ଓ ଆତଙ୍କବାଦ ବିରୋଧରେ ସ୍ବର ଉଠାଇବେ ଭାରତୀୟ ସାଂଦସ । ଏଥିପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଥିବା ବେଳେ ୭ଟି ପ୍ରତିନିଧି ଦଳର ୭ ଜଣ ନେତୃତ୍ବଙ୍କ ନାଁ ଥିବା ତାଲିକା ପ୍ରକାଶ ପାଇଛି । ଯେଉଁଥିଲେ ବିଭିନ୍ନ ଦଳର ବରିଷ୍ଠ ସାଂସଦଙ୍କୁ ନେତୃତ୍ବ ଦିଆଯାଇଛି । ସେଥିରେ ବି କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁରଙ୍କ ନାଁ ରହିଛି । ହେଲେ ସବୁଠାରୁ ବଡ଼ କଥା ହେଉଛି ଶଶୀଙ୍କ ନାଁ ସର୍ବଦଳୀୟ ପ୍ରତିନିଧି ଦଳ ତାଲିକାରେ ଦେଖି ଚମକି ପଡିଛି କଂଗ୍ରେସ । ଆଉ ଶଶୀଙ୍କ ନାଁ ସେ ତାଲିକାରେ କେମିତି ଆସିଲା ବୋଲି ପରୋକ୍ଷରେ ପ୍ରଶ୍ନ କରିଛି କଂଗ୍ରେସ ।
କଂଗ୍ରେସର ମହାସଚିବ ଜୟରାମ ରମେଶ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ଗତକାଲି ସକାଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ସଭାପତି ଏବଂ ବିରୋଧୀ ଦଳ ନେତାଙ୍କ ସହ କଥା ହୋଇଥିଲେ। ଆଉ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପାଇଁ କଂଗ୍ରେସକୁ ୪ ଜଣ ସାଂସଦଙ୍କ ନାମ ଦାଖଲ କରିବାକୁ କହିଥିଲେ । ଗତକାଲି ମଧ୍ୟାହ୍ନ ସୁଦ୍ଧା ବିରୋଧୀ ଦଳ ନେତା କଂଗ୍ରେସ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଆନନ୍ଦ ଶର୍ମା, ଗୌରବ ଗୋଗଇ, ସାୟଦ ନସିର ହୁସେନ ଏବଂ ରାଜା ବ୍ରାରଙ୍କ ନାମ ଦେଇଥିଲେ ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଜୋରଧରିଛି ରାଜନୀତି ।