June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ..

ଭୁବନେଶ୍ବର: କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ । କଲେଜରୁ ଶିଖିବେ ଷ୍ଟକ୍ ମାର୍କେଟରୁ ଟଙ୍କା ରୋଜଗାର କରିବାର କଳା । ଏନେଇ ଉଚ୍ଚଶିକ୍ଷା ବିଭାଗ ସହ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ତୋଷାଳୀ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚୁକ୍ତି କରାଯାଇଛି । ରାଜ୍ୟର ବିଭିନ୍ନ କଲେଜରେ NSE ପକ୍ଷରୁ ଇଣ୍ଟନସିପ୍ ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା କଲେଜ ପଢ଼ା ସହ କିମ୍ବା କଲେଜ ପରେ ଫାଇନାନ୍ସସିଆଲ୍ ଆଡଭାଇଜର୍, ଷ୍ଟକ୍ ବ୍ରୋକର ଭଳି କାର୍ଯ୍ୟ କରିପାରିବେ ଛାତ୍ରଛାତ୍ରୀ । ଲେଭଲ ୧ ଏବଂ ୨ ଦୁଇଟିରେ ଏହି ପ୍ରଶିକ୍ଷଣ ଦିଆଯିବ । ସାଧାରଣତଃ ଯୁକ୍ତ ତିନି ଶେଷ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ୟ ବିଭାଗର ପିଲାମାନେ ମଧ୍ୟ ଏହି ଟ୍ରେନିଂ ନେଇପାରିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.