July 27, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଓଲିଉଡ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲା ‘ବୋଉ ବୁଟୁ ଭୁତ’, ୧୦ କୋଟି ପାର୍ କଲା କଲେକ୍ସନ..

ଦିନକୁ ଦିନ ବଢ଼ିବାରେ ଲାଗିଛି ‘ବୋଉ ବୁଟୁ ଭୁତ’ କ୍ରେଜ । ଜୁନ ୧୨ ରେ ରିଲିଜ କରିିଥିବା ଏହି ଫିଲ୍ମ ଲୋକଙ୍କ ମନ ଜିତୁଥିବା ବେଳେ ସବୁ ଶୋ’ ହାଉସଫୁଲ ରହିଛି । ଫିଲ୍ମକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଭଲ ମିଳୁଛି । ଏହିପରି ଫିଲ୍ମ ଭଲ ରୋଜଗାର ମଧ୍ୟ କରିଛି । ରିଲିଜର ୧୧ ଦିନ ମଧ୍ୟରେ ୧୦ କୋଟି ପାର୍ କରିଛି ଫିଲ୍ମ । ଏହିପରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ହୋଇପାରିଛି । ଯାହା ପରେ ବାବୁସାନ୍ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ଫିଲ୍ମର ଟ୍ରେଲର ୨ ରିଲିଜ କରିଛନ୍ତି । ଏଥିସହ ବାବୁସାନ ଏକ ଭିଡିଓ ବାର୍ତ୍ତା ଜରିଆରେ ଫିଲ୍ମର ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ନିର୍ମାତାଙ୍କ ଅନୁଯାୟୀ ‘ବୋଉ ବୁଟୁ ଭୁତ’ ୫୧.୨ ଲକ୍ଷ ସହ ଓପନିଂ କରିଥିଲା । ଏହିପରି ଦ୍ୱିତୀୟ ଦିନ ୪୧.୩ ଲକ୍ଷ କରିଥିଲା । ସେହିପରି ୩ୟ ଦିନରେ ୧.୧୭ କୋଟି, ୪ର୍ଥ ଦିନରେ ୧.୫୩ କୋଟି ଓ ୫ମ ଦିନରେ ୧.୧୪ କୋଟି ରୋଜଗାର କରିଥିଲା । ସେହିପରି ଏକ ସପ୍ତାହକ ମଧ୍ୟରେ ଫିଲ୍ମ ୭.୧୫ କୋଟି ଆୟ କରିପାରିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର ୧୧ ଦିନ ବିତିଥିବା ବେଳେ ୧୦ କୋଟି ପାର୍ କରିଛି । ୧୧ତମ ଦିନ ମଧ୍ୟରେ ଫିଲ୍ମ ୧୦.୩୬ କୋଟି ଆୟ କରି ଇତିହାସ ରଚିଛି । ଏହିପରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ବନିପାରିବା ସହ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.