June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ମିଳିବ ଏଟିଏମ୍ ସୁବିଧା

ବିଜୟ ପଥ: ଭାରତରେ ପ୍ରଥମ ଥର ପାଇଁ ଟ୍ରନ୍ ରେ ଲାଗିଲା ଏଟିଏମ୍ ମେସିନ୍ । ପ୍ରଥମ ପର୍ଯ୍ୟାୟରେ ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସରେ ହୋଇଛି ଏହାର ପରୀକ୍ଷଣ। ଟ୍ରାଏଲରେ ଏହା ସଫଳ ହୋଇଥିବା ଜଣାପଡିଛି । ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ସବୁବେଳେ କିଛି ନା କିଛି ନୂଆ କରିବାର ଚେଷ୍ଟା କରିଥାଏ। ଏବେ ରେଲଓ୍ବେ ପକ୍ଷରୁ ଟ୍ରେନରେ ଏଟିଏମ୍ ସୁବିଧା ଯୋଗାଇ ଦେଉଛି । ଏହାର ଅର୍ଥ ହେଲା ଏବେ ଯାତ୍ରୀମାନେ ଚଳନ୍ତା ଟ୍ରେନ୍‌ରୁ ଟଙ୍କା ଉଠାଇ ପାରିବେ। ଏହି ATM ପରୀକ୍ଷଣ ଭିତ୍ତିରେ ପଞ୍ଚବଟୀ ଏକ୍ସପ୍ରେସରେ କରାଯାଇଛି।

ପଞ୍ଚବଟୀର ଏୟାରକଣ୍ଡିସନ୍ଡ୍ ଚେୟାର କାର୍ କୋଚ୍‌ରେ ଏଟିଏମ୍ ଲଗାଯାଇଛି। ଏହି ଟ୍ରେନକୁ ଫାଷ୍ଟ କ୍ୟାସ୍ ଏକ୍ସପ୍ରେସ ମଧ୍ୟ କୁହାଯାଉଛି। ପଞ୍ଚବଟି ଏକ୍ସପ୍ରେସରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଦ୍ୱାରା ଏଟିଏମ୍ ସେବା ଯୋଗାଇ ଦିଆଯାଉଛି। ଭୁସାଭଲ ରେଳ ଡିଭିଜନ ଦ୍ୱାରା ଏହି ସୁବିଧା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି। ଏହି ରୁଟ୍‌ ମଧ୍ୟରେ କିଛି ସ୍ଥାନରେ ଏଟିଏମ୍ ସେବାରେ ବାଧା ସୃଷ୍ଟି ହୋଇଥିଲା। ଯେଉଁଠାରେ ନେଟୱାର୍କ ସମ୍ବନ୍ଧୀୟ ସମସ୍ୟା ଥିଲା। କିନ୍ତୁ ଅନ୍ୟ ସ୍ଥାନରେ ଏଟିଏମ୍ ଠିକ୍ ଭାବରେ କାମ କରୁଥିଲା। ସଫଳ ପରୀକ୍ଷଣ ପରେ, ଆଗକୁ ସବୁ ଟ୍ରେନ୍‌ରେ ଲଗାଯିବ। ଯାହା ଦ୍ଵାରା ସର୍ବାଧିକ ସଂଖ୍ୟକ ଯାତ୍ରୀ ATM ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.